ପ୍ରତିଯୋଗିତା ସମ୍ପର୍କରେ ସୂଚନା - ୨୦୨୪



ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତା - ୨୦୨୪
ବିବେକାନନ୍ଦ ପାଠକ ମଞ୍ଚ ଫାଉଣ୍ଡେସନ ଟ୍ରଷ୍ଟ, ନୂଆରମ୍ପାସ, କେନ୍ଦୁଝର



ଶ୍ରଦ୍ଧେୟ ପ୍ରତିଯୋଗୀ ଭାଇ ଓ ଭଉଣୀମାନେ,
ବିବେକାନନ୍ଦ ପାଠକ ମଞ୍ଚ, ନୂଆରମ୍ପାସ, କେନ୍ଦୁଝର ଦ୍ୱାରା ଆୟୋଜିତ "ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ୨୦୨୪" କୁ ତୁମମାନଙ୍କୁ ସ୍ୱାଗତ । ତୁମର ସନ୍ଦେହ ମୋଚନ ନିମନ୍ତେ ଏ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ କିଞ୍ଚିତ୍ ଉପଯୋଗୀ ସୂଚନା ଦିଆଯାଉଛି ।


 


ଶ୍ରେଷ୍ଠ ପାଠକ ଚୟନ : ଏହି ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ହୁଏ । ଲିଖିତ ଓ ମୌଖିକ । ଉଭୟର ଫଳାଫଳକୁ ବିଚାରକୁ ନେଇ ଶ୍ରେଷ୍ଠ ପାଠକ ଚୟନ କରାଯାଏ । ପଠନ ନିମନ୍ତେ ପୂର୍ବରୁ ଦିଆ ଯାଇଥିବା Study Material/ପଢ଼ା ସାମଗ୍ରୀ (ଗଳ୍ପ ଓ କବିତା) ରୁ ପ୍ରଶ୍ନ ଆସିବ । ଲିଖିତ ପରୀକ୍ଷା (Written Examination) ୦୮.୧୨.୨୪, ରବିବାର ଦିନ ଓ ମୌଖିକ ପରୀକ୍ଷା (Interview/viva voce) ଅନୁଷ୍ଠାନର ବିଂଶତିତମ ସ୍ୱନକ୍ଷତ୍ର ଦିବସ ଦିନ ଅନୁଷ୍ଠିତ ହେବ । କୃତୀ ପ୍ରତିଯୋଗୀଙ୍କୁ ପ୍ରଶସ୍ତି ପତ୍ର, ଟ୍ରଫି, ପୁସ୍ତକ ନଗଦ ଅର୍ଥରାଶି ପ୍ରଦାନ କରାଯିବ ।


ଆଶୁ ଓଡ଼ିଆ କବିତା ଲିଖନ : ତୁମ୍ଭମାନଙ୍କର ସର୍ଜନଶୀଳ ଦକ୍ଷତା ପରୀକ୍ଷା ନିମନ୍ତେ ଏହା ଉଦ୍ଦିଷ୍ଟ ।
ପାଞ୍ଚ ମିନିଟ ପୂର୍ବରୁ କବିତାର ବିଷୟ ଜଣାଇ ଦିଆଯିବ ଓ କବିତା ଲେଖିବା ପାଇଁ ୩୦ ରୁ ୪୫ ମିନିଟ୍ ସମୟ ମିଳିବ ।


ଓଡ଼ିଆ ଭାଷା ଜ୍ଞାନ: ପ୍ରାୟ ୫୦ ନମ୍ବର ବିଶିଷ୍ଟ ଓଡ଼ିଆ ଭାଷା ସମ୍ବଳିତ ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ ।


ବକ୍ତୃତା: ବକ୍ତୃତାର ବିଷୟ ଏକ ସପ୍ତାହ ପୂର୍ବରୁ ଜଣାଇ ଦିଆଯିବ । ପ୍ରତ୍ୟେକ ପ୍ରତିଯୋଗୀଙ୍କ ପାଇଁ ପ୍ରତିଯୋଗିତାର ଅବଧି ୪ ମିନିଟ ।


ପ୍ରଶ୍ନ ମଞ୍ଚ: ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଅନୁଷ୍ଠିତ ହେବ ଏହି ସୁନ୍ଦର ସରସ କାର୍ଯ୍ୟକ୍ରମ ଓ ତୁରନ୍ତ ପୁରସ୍କାର ପ୍ରଦାନ କରାଯିବ ।


ଆଶା ଓ ବିଶ୍ୱାସ, ଏଇ ସୂଚନା ପାଇଲା ପରେ କାର୍ଯ୍ୟକ୍ରମ ସମ୍ପର୍କରେ ତୁମର ଧାରଣା ସ୍ପଷ୍ଟ ହୋଇଯିବ । ଯଦି ଆଉ କିଛି ଦ୍ୱନ୍ଦ୍ୱ ରହିଯାଏ, ତେବେ ମେସେଜ କଲେ ଉତ୍ତର ମିଳିଯିବ।
ସମସ୍ତଙ୍କୁ ଧନ୍ୟବାଦ ।
ଆମ ୱେବସାଇଟ୍ - www.vpmonlinetest.blogspot.com
ମୋବାଇଲ୍ - 8895490422
WhatsApp - 9078133181
ଇମେଲ୍ - onlinetest.vpm@gmail.com

Comments

Popular posts from this blog

ଶ୍ରେଷ୍ଠ ପାଠକ ଚୟନ ୨୦୨୪ ଗଳ୍ପ ଓ କବିତା PDF ଡାଉନଲୋଡ଼୍