ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତା - ୨୦୨୪ ବିବେକାନନ୍ଦ ପାଠକ ମଞ୍ଚ ଫାଉଣ୍ଡେସନ ଟ୍ରଷ୍ଟ, ନୂଆରମ୍ପାସ, କେନ୍ଦୁଝର ଶ୍ରଦ୍ଧେୟ ପ୍ରତିଯୋଗୀ ଭାଇ ଓ ଭଉଣୀମାନେ, ବିବେକାନନ୍ଦ ପାଠକ ମଞ୍ଚ, ନୂଆରମ୍ପାସ, କେନ୍ଦୁଝର ଦ୍ୱାରା ଆୟୋଜିତ "ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ୨୦୨୪" କୁ ତୁମମାନଙ୍କୁ ସ୍ୱାଗତ । ତୁମର ସନ୍ଦେହ ମୋଚନ ନିମନ୍ତେ ଏ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ କିଞ୍ଚିତ୍ ଉପଯୋଗୀ ସୂଚନା ଦିଆଯାଉଛି । ଶ୍ରେଷ୍ଠ ପାଠକ ଚୟନ : ଏହି ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ହୁଏ । ଲିଖିତ ଓ ମୌଖିକ । ଉଭୟର ଫଳାଫଳକୁ ବିଚାରକୁ ନେଇ ଶ୍ରେଷ୍ଠ ପାଠକ ଚୟନ କରାଯାଏ । ପଠନ ନିମନ୍ତେ ପୂର୍ବରୁ ଦିଆ ଯାଇଥିବା Study Material/ପଢ଼ା ସାମଗ୍ରୀ (ଗଳ୍ପ ଓ କବିତା) ରୁ ପ୍ରଶ୍ନ ଆସିବ । ଲିଖିତ ପରୀକ୍ଷା (Written Examination) ୦୮.୧୨.୨୪, ରବିବାର ଦିନ ଓ ମୌଖିକ ପରୀକ୍ଷା (Interview/viva voce) ଅନୁଷ୍ଠାନର ବିଂଶତିତମ ସ୍ୱନକ୍ଷତ୍ର ଦିବସ ଦିନ ଅନୁଷ୍ଠିତ ହେବ । କୃତୀ ପ୍ରତିଯୋଗୀଙ୍କୁ ପ୍ରଶସ୍ତି ପତ୍ର, ଟ୍ରଫି, ପୁସ୍ତକ ନଗଦ ଅର୍ଥରାଶି ପ୍ରଦାନ କରାଯିବ । ଆଶୁ ଓଡ଼ିଆ କବିତା ଲିଖନ : ତୁମ୍ଭମାନଙ୍କର ସର୍ଜନଶୀଳ ଦକ୍ଷତା ପରୀକ୍ଷା ନିମନ୍ତେ ଏହା ଉଦ୍ଦିଷ୍ଟ । ପାଞ୍ଚ ମିନିଟ ପୂର୍ବରୁ କବିତାର ବିଷୟ ଜଣାଇ ଦିଆଯିବ ଓ କବିତା ଲେଖିବା ପାଇଁ ୩୦ ରୁ ୪୫ ମିନିଟ୍ ସମୟ ମିଳିବ ।...
Comments
Post a Comment